Salvation in Love

ପ୍ରେମ ରେ ପରିତ୍ରାଣ

ବନ୍ଧୁଗଣ, ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି: ଏତେ ପ୍ରେମ କି ସେହି ପ୍ରେମର ତୁଳନା କେହି ଭି କରି ପାରନ୍ତି ନାହିଁ ॥ ଏମିତି ପ୍ରେମ କି ନା କେବେ ଶୁଣି ହୁଏ, ନା କେବେ ଦେଖି ହୁଏ, କିମ୍ବା ନା କେବେ ଭାବି ହୁଏ। କାରଣ କେହି ଭୀ ସୁଧା କାହାରି ପାଇଁ ନିଜ ଏକମାତ୍ର ପୁତ୍ରକୁ ବଳି ହେବା ନିମନ୍ତେ ଦିଏ ନାହିଁ, ପବିତ୍ର ଶାସ୍ତ୍ର କହେ …

” କାରଣ ଈଶ୍ଵର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ଵିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ଵାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ; ଜୀବନ ପ୍ରାପ୍ତ ହୁଏ। – ଯୋହନ ୩:୧୬

ଆପଣ ଜିଏ କେହି ହୁଅନ୍ତୁ, ଈଶ୍ୱର ଆପଣଙ୍କ ପରିତ୍ରାଣ ନିମନ୍ତେ ତାହାଙ୍କ ନିଜର ପୁତ୍ରଙ୍କୁ ଦାନ କଲେ । ଏହା ଆପଣ ମାନନ୍ତୁ କି ନ ମାନନ୍ତୁ, କିନ୍ତୁ ଏହି କଥା ସତ୍ୟ ଅଟେ କି ଈଶ୍ୱର ଆପଣଙ୍କୁ ପ୍ରେମ କରନ୍ତି ଏବଂ ଆପଣଙ୍କ ପାପର ପ୍ରାୟଶ୍ଚିତ୍ତ ନିମନ୍ତେ, ଈଶ୍ୱର ଆପଣା ଏକମାତ୍ର ପୁତ୍ରଙ୍କୁ (ଯୀଶୁ ଖ୍ରୀଷ୍ଟ) ଏହି ଜଗତରେ ପ୍ରେରଣ କଲେ। ଏହାଠାରୁ ବଡ଼ ଓ ପ୍ରେମ କଣ ଅଟେ। ଏତ୍ ଦ୍ୱାରା ଆପଣ ଜାଣି ପାରୁଥିବେ କି ଆପଣଙ୍କୁ ଈଶ୍ୱର କେତେ ପ୍ରେମ କରନ୍ତି। ଜଉ ପ୍ରେମ ଏହି ଜଗତ ଦେଇ ପାରେ ନାହିଁ ନା ଖୋଜିଲେ ପାଇ ହୁଏ। ପବିତ୍ର ଶାସ୍ତ୍ର କହେ …

” ଆମ୍ଭେମାନେ ଯେ ଈଶ୍ଵରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ଵରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ । – ୧ ଯୋହନ ୪:୧୦

ଯୀଶୁ ଖ୍ରୀଷ୍ଟ କହନ୍ତି …

” ତୁମ୍ଭେମାନେ ମୋତେ ମନୋନୀତ କରି ନାହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ମନୋନୀତ କରିଅଛି, ଆଉ ତୁମ୍ଭେମାନେ ଯେପରି ଯାଇ ଫଳ ଉତ୍ପନ୍ନ କର ଓ ତୁମ୍ଭମାନଙ୍କର ଫଳ ସ୍ଥାୟୀ ହୁଏ, ଏଥିନିମନ୍ତେ ତୁମ୍ଭମାନଙ୍କୁ ନିଯୁକ୍ତ କରିଅଛି। ସେଥିରେ ତୁମ୍ଭେମାନେ ମୋʼ ନାମରେ ପିତାଙ୍କୁ ଯାହା କିଛି ମାଗିବ, ସେ ତାହା ତୁମ୍ଭମାନଙ୍କୁ ଦେବେ”। – ଯୋହନ ୧୫:୧୬

ହଁ ବନ୍ଧୁଗଣ୍, ଈଶ୍ୱର ଆପଣଙ୍କୁ ସତ୍ କାର୍ଯ୍ୟ କରିବା ନିମନ୍ତେ ମନୋନୀତ କରି ଅଛନ୍ତି ଓ ସେ ଚାହାନ୍ତି କି ଆପଣ ତାହାଙ୍କ ସହିତ ରୁହନ୍ତୁ, ଯେବେ ଆମେ ତାହାଙ୍କ ସହିତ ରହିବା ତେବେ ଈଶ୍ୱର ଆମ୍ଭମାନଙ୍କୁ ସମସ୍ତ ଆବଶ୍ୟକତା ସମୟରେ ଉଦ୍ଧାର କରନ୍ତି, କାରଣ ଲେଖାଅଛି ..

” ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ଵୀକାର କରିବ, ଆଉ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଅଛନ୍ତି ବୋଲି ହୃଦୟରେ ବିଶ୍ଵାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ”। ରୋମୀୟ ୧୦:୯

” ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ; କାରଣ ଯାହା ଦ୍ଵାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇ ନାହିଁ”। – ପ୍ରେରିତ ୪:୧୨

ହଁ

” ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ଵୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ଵସ୍ତ ଓ ନ୍ୟାୟବାନ ଅଟନ୍ତି”। – ୧ ଯୋହନ ୧:୯

ଏବେ ଦେଖନ୍ତୁ ଈଶ୍ୱର ଆପଣଙ୍କୁ କେତେ ପ୍ରେମ କରୁ ଅଛନ୍ତି, ଭାବନ୍ତୁ ନାହିଁ ଯେ ଆପଣ ଏକୁଟିୟା ଅଛନ୍ତି, ଆପଣଙ୍କ ସହିତ କେହି ମିଶୁନାହାନ୍ତି । ଆପଣ ନିଜକୁ ଦୁର୍ବଳ ମନେ କରନ୍ତୁ ନାହିଁ କାରଣ ଈଶ୍ୱର ଆପଣଙ୍କ ସହିତ ଅଛନ୍ତି, ସେ ଆଜି ଭୀ ଆପଣଙ୍କୁ ପ୍ରେମ କରନ୍ତି। ଜଗତରେ ସମସ୍ତେ ଆପଣଙ୍କ ହାତ ଛାଡ଼ି ଦେଇ ପାରନ୍ତି କିନ୍ତୁ ଈଶ୍ୱର କେବେ ଭି ଛାଡ଼ିବେ ନାହିଁ। ଆପଣଙ୍କ ବିନଷ୍ଟ ହେବା, ବରବାଦ ହେବା, କେହି ବେକାର କହିବା, ମନ୍ଦ ପଥରେ ଚାଲିବା ଇତ୍ୟାଦି… ସେ ଚାହାନ୍ତି ନାହିଁ। ସେ ଆପଣଙ୍କର ସମସ୍ତ ମଂଗଳ ବିଷୟ ଚାହାନ୍ତି।

” ପ୍ରିୟ ବନ୍ଧୁ, ତୁମ୍ଭ ଆତ୍ମାର ଯେପରି ମଙ୍ଗଳ ହେଉଅଛି, ସେହିପରି ସର୍ବ ବିଷୟରେ ତୁମ୍ଭର ମଙ୍ଗଳ ହେଉ ଓ ତୁମ୍ଭେ ସ୍ଵାସ୍ଥ୍ୟ ଭୋଗ କରୁଥାଅ, ଏହା ମୋହର ପ୍ରାର୍ଥନା”। – ୩ ଯୋହନ ୧:୨

ଯଦି ଆପଣ ନିଜ ପାପକୁ ମାନୁ ଅଛନ୍ତି ଓ ଯୀଶୁ ଖ୍ରୀଷ୍ଟଙ୍କୁ ହୃଦୟରେ ବିଶ୍ୱାସ କରୁ ଅଛନ୍ତି ତେବେ ଏହି ପ୍ରାର୍ଥନା କରନ୍ତୁ

“ପ୍ରେମ ମୟ ପ୍ରଭୁ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ, କି ଆପଣ ମହର ପାପ ଲାଗି ଆପଣଙ୍କ ନିଜ ପୁତ୍ର ପ୍ରଭୁ ଯୀଶୁଙ୍କୁ ବଳି ହେବା ନିମନ୍ତେ ଦେଲେ। ପ୍ରଭୁ ମୁଁ ଆପଣଙ୍କ ଚରଣ ତଳେ ଆସୁଅଛି, ମୁଁ ମହର ନିଜ ପାପକୁ ମାନୁ ଅଛି, ମତେ କ୍ଷମା କରନ୍ତୁ, ଓ ମୁଁ ମହର ହୃଦୟରେ ଯୀଶୁଙ୍କୁ ମହର ତ୍ରାଣକର୍ତା ରୁପେ ବିଶ୍ୱାସ କରୁ ଅଛି, ପ୍ରଭୁ ମତେ ସାହାଯ୍ୟ କର ଯେପରି ମୁଁ ମନ୍ଦ ରାସ୍ତା କୁ ଛାଡ଼ୀ, ସର୍ବଦା ଉତ୍ତମ ରାସ୍ତାରେ ଚାଲି ପାରିବି। ଯୀଶୁ ଖ୍ରିଷ୍ଟଙ୍କ ପବିତ୍ର ନାମରେ, ଆମେନ୍”।

ଈଶ୍ୱରଙ୍କ ପ୍ରେମ ଓ ପରିତ୍ରାଣ ବିଷୟରେ ଉଲ୍ଲେଖ ହଇ ଅଛି। ଆପଣ ପ୍ରେମ ଓ ପରିତ୍ରାଣ ବିଷୟ ଅଧିକ ଜାଣନ୍ତୁ ଏହା ଆମ୍ଭର ଇଛା। କାରଣ ଆପଣ ମଧ୍ୟ ପରିତ୍ରାଣ ପାଇ ପାରିବେ। ଯୀଶୁଙ୍କ ଉପରେ ବିଶ୍ୱାସ କରି ଓ ଆପଣଙ୍କ ପ୍ରଭୁ ଓ ପରିତ୍ରାଣ କର୍ତା ଗ୍ରହଣ କରି ଲକଙ୍କ ନିକଟରେ ପ୍ରକାଶ କରନ୍ତୁ ତେବେ ଆପଣ ପରିତ୍ରାଣ ପାଇ ପାରିବେ।

ଆପଣ ଅଧିକ ଜାଣିବା ନିମନ୍ତେ ପବିତ୍ର ଶାସ୍ତ୍ର ପଡ଼ନ୍ତୁ । ପ୍ରାର୍ଥନା ନିବେଦନ ନିମନ୍ତେ ତଳେ ଦିଆ ଯାଇ ଥିବା ଠିକଣା ରେ ସମ୍ପର୍କ କରନ୍ତୁ।-

Rev. Sunil Khilla
FOREVER LIFE MINISTRIES
Founder - cum - President/Director
Housing Board Colony
Sunabeda -1
Dist Koraput
State Odisha
India 763001
Emai. foreverlifeministries@gmail.com
Website. www.flmsunabeda.ltainow.com

6,715 Responses